ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ କୋରାପୁଟ ଜିଲ୍ଲା ପାଇବ ପ୍ରଧାନମନ୍ତ୍ରୀ ଏକ୍ସଲେନସ୍ ପୁରସ୍କାର

ପ୍ରତିଫଳନ ମିଡ଼ିଆ

ପ୍ରଶାସନିକ ସେବା ଦିବସରେ ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ

କୋରାପୁଟ ଜିଲ୍ଲା ପାଇବ ପ୍ରଧାନମନ୍ତ୍ରୀ ଏକ୍ସସେଲେନ୍ସ ପୁରସ୍କାର ।
ଆସନ୍ତା ୨୧ ତାରିଖ ଦିନ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ପ୍ରଧାନମନ୍ତ୍ରୀଙ୍କ ଠାରୁ କୋରାପୁଟ ଜିଲ୍ଲାପାଳ ପୁରସ୍କାର ଗ୍ରହଣ କରିବେ । DARPG ଦ୍ଵାରା ଆୟୋଜିତ ଉତ୍ସବରେ ପାଇବେ ପୁରସ୍କାର ପ୍ରାଶାସନିକ ସଂସ୍କାର, ସୁଶାସନ ଓ ଯୋଜନାର ସଠିକ୍ କାର୍ଯ୍ୟକାରିତା ପାଇଁ ସମସ୍ତ ମାନଦଣ୍ଡକୁ ପୂରଣ କରିଥିବାରୁ କୋରାପୁଟ ଜିଲ୍ଲା ସର୍ବ ଭାରତୀୟ ସ୍ତରରେ ସମ୍ମାନିତ ପାଇଁ ଚୟନ ହୋଇଛି । ଗତ ୧୮ ମାସ ମଧ୍ୟରେ ଜିଲ୍ଲାରେ ୧୧ ଟି ଯୋଜନାର ସଫଳ କାର୍ଯ୍ୟକାରିତା କରିଥିବାରୁ ସାଧାରଣ ଲୋକଙ୍କ ମତାମତକୁ ନେଇ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି

କୋରାପୁଟ ଜିଲ୍ଲାରେ ଖୁସିର ଲହରୀ

ଭାରତ ବର୍ଷର ୭୧୦ ଟି ଜିଲ୍ଲା ଏହି ପୁରସ୍କାର ପାଇଁ ଆବେଦନ କରିଥିବାବେଳେ ଚୟନ କମିଟିର ୬ଟି ପର୍ଯ୍ୟାୟରେ ଅନୁଧ୍ୟାନ କରିବା ପରେ ୫ଟି ଜିଲ୍ଲା ପୁରସ୍କୃତ ହେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।ସେଥିମଧ୍ୟରୁ ଓଡ଼ିଶାର କୋରାପୁଟ ଜିଲ୍ଲା ମନୋନୀତ ହୋଇଛି । ବିଭାଗର କର୍ମଚାରୀ ଓ ଅଧିକାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ କୋରାପୁଟ ଜିଲ୍ଲା ଏଭଳି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିଛି । ଏଥିପାଇଁ କୋରାପୁଟ ଜିଲ୍ଲାପାଳ ଜିଲ୍ଲାର ଅଧିକାରୀ ଓ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।କେନ୍ଦ୍ର ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରେ ଉଲ୍ଲେଖନୀୟ ଉନ୍ନୟନ କାର୍ଯ୍ୟ ଓ ଯୋଜନାର ସଫଳ ରୂପାୟନ ପାଇଁ କୋରାପୁଟ ଜିଲ୍ଲାପାଳ ଭି କୀର୍ତି ୱାସନଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଏକ୍ସଲେନସ୍ -୨୦୨୫ ପୁରସ୍କାର। ୨୦୨୪ ମସିହାର ସାଧାରଣ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇ ରାଜ୍ୟକୁ ଗର୍ବିତ କରିଛନ୍ତି କୋରାପୁଟ ଜିଲ୍ଲାପାଳ। ‘ଜିଲ୍ଲାଗୁଡ଼ିକର ସମଷ୍ଟିଗତ ବିକାଶ’ ବର୍ଗରେ ଏହାର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସ୍ୱୀକୃତି ମିଳିଛି। ସର୍ବ ଭାରତୀୟ ପୁରସ୍କାର ପାଉଥିବାରୁ ଜିଲ୍ଲାର ଲୋକପ୍ରତିନିଧି ,ବୁଦ୍ଧିଜୀବୀ, ଜିଲ୍ଲାପାଳ ଭି କୀର୍ତ୍ତି ୱ୍ବାସନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନା ଯୋଗ୍ୟ, ଆସନ୍ତା ୨୧ତାରିଖ ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ସିଭିଲ ସର୍ଭିସେସ୍ ଦିବସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜିଲ୍ଲାପାଳଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ଭାରତର ପ୍ରଧାନମନ୍ତ୍ରୀଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିବେ। ସାର୍ବଜନୀନ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ହେଉଛି ସାଧାରଣ ପ୍ରଶାସନରେ ଉତ୍କର୍ଷତା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମର୍ଯ୍ୟାଦାଜନକ ସ୍ୱୀକୃତି। ଏହି ପୁରସ୍କାରର ଲକ୍ଷ୍ୟ ଶାସନରେ ଉତ୍କର୍ଷତା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ଏବଂ କୋରାପୁଟ ଜିଲ୍ଲାର ଚୟନ ସାମଗ୍ରିକ ବିକାଶ ପ୍ରତି ଏହାର ପ୍ରତିବଦ୍ଧତାର ପ୍ରମାଣ। ଶ୍ରୀ ଭି. କୀର୍ତ୍ତି ଭାସନଙ୍କ ନେତୃତ୍ୱରେ, କୋରାପୁଟ ଜିଲ୍ଲା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି, ଜିଲ୍ଲାର ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଭିତ୍ତିଭୂମି ବିକାଶ ସମେତ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ କାର୍ଯ୍ୟକାରୀ କରିଛି। ଜିଲ୍ଲା ପ୍ରଶାସନର ସେବା ପ୍ରଦାନ ଏବଂ ନାଗରିକଙ୍କ ସମ୍ପୃକ୍ତିକୁ ଉନ୍ନତ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ଅଭିନବ ପଦ୍ଧତିରେ ଯୋଜନାର ସଫଳ କାର୍ଯ୍ୟକାରିତା କରିଛନ୍ତି । ମିଲେଟ୍ ମିଶନ ଜରୀଆରେ ସଶକ୍ତି କାରଣ କରିବା, ମା ଗୃହର ସଠିକ୍ ପରିଚାଳନା , ପୃଷ୍ଟି କର ଖାଦ୍ୟ ବଣ୍ଟନରେ ସଫଳତା, ହିତାଧିକାରୀଙ୍କ ଦ୍ବାରା ଆବାସ ଯୋଜାନାରେ ସଫଳ କାର୍ଯ୍ୟ କାରୀ କରିବା , ଷ୍ଟ୍ରବେରୀ ଚାଷ ଜରିଆରେ ଚାଷୀଙ୍କୁ ରୋଜଗାର କ୍ଷମ କରାଇ ଆତ୍ମ ନିର୍ଭରଶୀଳ କରିବା ଆଦି ମାନଦଣ୍ଡ ରହିଛି ।

୨୦୧୮ ବ୍ୟାଚର ଆଇଏଏସ୍ ଅଧିକାରୀ ଭି କୀର୍ତ୍ତି ୱାସନଙ୍କ ସାମାଜିକ ସମ୍ପର୍କ, ଆତ୍ମୀୟ ବ୍ୟବହାର , ଅଧିକାରୀ ଓ କର୍ମଚାରୀଙ୍କୁ ସାଥିରେ ନେଇ ସମୟ ସୀମା ମଧ୍ୟରେ ସଫଳତାର ସହ କାର୍ଯ୍ୟ କରିବାର ନିଆରା ଶୈଳି ଯୋଗୁଁ ସାଧାରଣରେ ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଲୋକଙ୍କ ଆପତ୍ତି ଅଭିଯୋଗ ଗୁଡ଼ିକୁ ତ୍ୱରିତ ସମାଧାନ କରୁଥିବାରୁ ଜିଲ୍ଲାରେ ଓ ରାଜ୍ୟରେ ଜଣେ ଦକ୍ଷ ଓ ଭଲ ପ୍ରଶାସକ ଭାବେ ଲୋକପ୍ରିୟତା ଅର୍ଜନ କରିଛନ୍ତି । ଜିଲ୍ଲାପାଳ ଭାବେ ଜିଲ୍ଲାର ସମସ୍ତ ବର୍ଗର ଲୋକଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି । ସାର୍ବଜନୀନ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ହେଉଛି ସାମଗ୍ରିକ ବିକାଶ ପ୍ରତି କୋରାପୁଟ ଜିଲ୍ଲାର ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱୀକୃତି। ଏହି ପୁରସ୍କାର କେବଳ ଜିଲ୍ଲା ପାଇଁ ଗର୍ବ ଆଣିବ ନାହିଁ ବରଂ ଜିଲ୍ଲା ପ୍ରଶାସନ ଦ୍ୱାରା କରାଯାଉଥିବା ଅସାଧାରଣ କାର୍ଯ୍ୟକୁ ମଧ୍ୟ ପ୍ରଦର୍ଶିତ କରିବ।
ଗତ ମାସରେ ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍ ଆସି ଜିଲ୍ଲାର ୧୪ଟି ଯାକ ବ୍ଲକ ବୁଲି ପିଏମ ସୂର୍ଯ୍ୟ ଘର ମୁଫ୍ତ ବିଜିଲି ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା, ହର ଘର ଜଳ ଯୋଜନା, ମିଶନ ଇନ୍ଦ୍ରଧନୁଶ, ପିଏମଜେଏୱାଇ, ପିଏମ ଏସଭିଏ ନିଧି, ପିଏମ୍ ବିଶ୍ବକର୍ମା, ସକ୍ଷମ, କିଶାନ କ୍ରେଡିଟ୍‌ କାର୍ଡ , ପୋଷଣ ୨.୦ ପ୍ରମୁଖ ୧୧ ଟି କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ହିତାଧିକାରୀଙ୍କ ଠାରୁ ମତାମତ ସଂଗ୍ରହ କରିବା ପରେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି

Spread the love