ପ୍ରତିଫଳନ ମିଡ଼ିଆ
ମାଲ ବୋଝେଇ ଟ୍ରେନ ଇଞ୍ଜିନର ପେଣ୍ଟୋଗ୍ରାଫ ଅଚଳ ହେଲା । ଜୟପୁର ରେ ଅଟକି ରହିଛି ରାଉରକେଲା । କୋଟପାଡ଼ ରେ ଅଟକି ରହିଛି ହୀରାଖଣ୍ଡ ଟ୍ରେନ ।
ଜରଟି ନିକଟରେ ରେଳ ଧାରଣ ଉପରେ ଅଟକି ରହିଲା ମାଲ ବୋଝେଇ ଟ୍ରେନ । ବଡ ଧରଣର ଦୁର୍ଘଟଣାରୁ ବର୍ତିଲା । ଜରଟି ଷ୍ଟେସନ ନିକଟରେ 2ଘଣ୍ଟାରୁ ଅଧିକ ସମୟ ରେଳ ଧାରଣ ଉପରେ ଅଟକି ରହିଲା ଟ୍ରେନ । ଫଳରେ ଜଗଦଲପୁର ରୁ ରାଉରକେଲା ଅଭିମୁଖେ ଯାଉଥିବା ସୂପାଫାଷ୍ଟ ଟ୍ରେନଟିକୁ ଜୟପୁରରେ ଅଟକ ରଖାହୋଇଛି। ଟ୍ରେନ ଇଞ୍ଜିନ କୁ ବିଦ୍ୟୁତ୍ ଯୋଗାଣ ନ ହେବା ଯୋଗୁଁ ଟ୍ରେନ ଆଗକୁ ଗଡିଲା ନାହିଁ ।

ବିଦ୍ୟୁତ୍ ଲାଇନ ସହ ଟ୍ରେନ କୁ ସଂଯୋଗ କରୁଥିବା ପେଣ୍ଟୋଗ୍ରଫ ଅଚଳ ହୋଇପଡିବା ଯୋଗୁଁ ଇଞ୍ଜିନ ଅଚଳ ହୋଇପଡ଼ିଥିଲା । OHE ଓଭର ହେଡଡ ଇଲେକ୍ଟ୍ରିାଲ ଇକ୍ୟୁପମେଣ୍ଟ ଜରିଆରେ ବିଦ୍ୟୁତ୍ ଲାଇନରୁ ଟ୍ରେନ ଇଞ୍ଜୀନକୁ ବିଦ୍ୟୁତ୍ ଯୋଗାଉଥିବା ପେଣ୍ଟଗ୍ରାଫ ଅଚଳ ହୋଇପଡିବାରୁ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଯାଇଛି । ଫଳରେ ଟ୍ରେନର ଇଞ୍ଜିନ ଟି ଅଚଳ ହୋଇପଡ଼ିଛି ।ଫଳରେ ଜୟପୁର କୋରାପୁଟ ଷ୍ଟେସନ ମଧ୍ୟରେ ଜରଟି ନିକଟରେ ଅଚଳ ହୋଇ ଦୀର୍ଘ ସମୟ ଅଟକି ରହିଛି ଟ୍ରେନ ।

କୋରାପୁଟରୁ ବିଷେଶ ଜ୍ଞ ଟିମ ଯାଇ ସଜାଡୁ ଛନ୍ତି । ମରାମତି ହେବା ପରେ ହିଁ ଟ୍ରେନ ଆଗକୁ ଗଡିବ ।ରେଳ ଚଳା ଚଳ ସ୍ବାଭାବିକ ହେବ ।
