ପ୍ରତିଫଳନ ମିଡ଼ିଆ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଏକ୍ସିଲେନ୍ସ ଆବର୍ଡ ଗ୍ରହଣ କଲେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ୍ ।ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ପ୍ରାଶାସନିକ ସେବା ଦିବସ ଉପଲକ୍ଷେ DARPG ଦ୍ୱାରା ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହି ଏହି ଆୱାଡ ପ୍ରଦାନ କରିଛନ୍ତି । ଗତ ୧୮ମାସ ମଧ୍ୟରେ କୋରାପୁଟ ଜିଲ୍ଲା ରେ ୧୧ଟି କେନ୍ଦ୍ରୀୟ ଯୋଜନାର ସଫଳ କାର୍ଯ୍ୟକାରିତା କରି ହିତାଧିକାରୀଙ୍କ ନିକଟରେ ସୁଫଳ ପହଞ୍ଚାଇ ଥିବାରୁ କୋରାପୁଟ ଜିଲ୍ଲା ଏହି ପୁରସ୍କାର ପାଇବା ପାଇ ଯୋଗ୍ୟ ବିବେଚିତ ହେଇଥିଲା । ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ରୀୟ ଟିମ୍ ଆସି ଅନୁଧ୍ୟାନ କରିବା ପରେ ଏହି ପୁରସ୍କାର ପାଇବାକୁ କୋରାପୁଟ ଜିଲ୍ଲା ଯୋଗ୍ୟ ବିବେଚିତ ହୋଇଛି । ଭାରତ ବର୍ଷର ୭୧୦ ଟି ଜିଲ୍ଲା ମଧ୍ୟରୁ କେବଳ ୫ଟି ଜିଲ୍ଲା ଏହି ଆୱାର୍ଡ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଏହି ୫ଟି ଜିଲ୍ଲା ମଧ୍ୟରେ ଓଡ଼ିଶାର କୋରାପୁଟ ଜିଲ୍ଲା ସ୍ଥାନ ପାଇଛି ।ଏଥିପାଇଁ କୋରାପୁଟ ଜିଲ୍ଲପାଳ ଜିଲ୍ଲାର ସମସ୍ତ ଅଧିକାରୀ ,କର୍ମଚାରୀ ଓ ଜିଲ୍ଲାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।