ଅନ୍ଧ ବିଶ୍ବାସର କରୁଣ ପରିଣତି
ପ୍ରତିଫଳନ ମିଡ଼ିଆ
ଗୁଣି ସନ୍ଦେହରେ ଭୈରବ ସାହୁକୁ ପିଟି ପିଟି ମାରିଦେଲେ କିଛି ଲୋକ। ଘଟଣାକୁ ଶାନ୍ତ କରିବାକୁ ଯାଇ ଆଇଆଇଆଇସି ଧରାଣୀଧର ପ୍ରଧାନ ଆହତ । ପୋଲିସ କାର୍ଯ୍ୟନୁଷ୍ଠାନ ଭୟରେ ସାହି ଲୋକଶୂନ୍ୟ ।
ଗୁଣି ସନ୍ଦେହରେ ଉତେଜନା । ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ
ଜଣକ ମୃତ୍ୟୁ ଘଟିଛି । ଉତକ୍ଷିପ୍ତ ଲୋକେ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଭୈରବ ସାହୁ ।
ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ସଦର ମହକୁମା ହାଟ ପଦାରେ
ଘଟିଛି ଲୋମ ହର୍ଷଣକାରୀ ଏଭଳି ଅଭାବନୀୟ ଘଟଣା । ୨୧ତାରିଖ ବିଳମ୍ୱିତ ରାତିରେ ଘରେ ଶୋଇଥିବା ବେଳେ ସାହିର କିଛି ଲୋକ ଭୈରବ ସାହୁଙ୍କୁ ଘରୁ ବାହାରକୁ ଟାଣି ଆଣି ନିର୍ଦ୍ଧୁମ ମାଡ ମାରିଥିଲେ । ଗୁଣି କରି ମାରୁଛୁ କାହିଁକି କହି ଜଣକ ପରେ ଜଣେ ପିଟି ଥିଲେ । ଗୁଣି କରି ମାରିଦେଇଥିବା ସନ୍ଦେହରେ ଭୈରବ ସାହୁଙ୍କୁ ପିଟି ପିଟି ମାରିଦେଲେ ଉତ୍ୟକ୍ତ ଲୋକେ। ତା ଉପରେ ରାଗ ଏତେ ମାତ୍ରା ରେ ଥିଲା ଯେ
ଉତ୍ୟକ୍ତ ଲୋକ ମାନେ ଭୈରବଙ୍କୁ ଲାତ ଗୋଇଠା, ବାଡ଼ି, ଠେଙ୍ଗାରେ ନିଧୁମ୍ ପିଟିଥିଲେ ବୋଲି ଅଭିଯୋଗ ହୋଇଛି । ମୁଁ ନିର୍ଦ୍ଦୋଷ ଛାଡ଼ିଦେବା ପାଇଁ ସେ ଅନେକ କାକୁତି ମିନତି ହୋଇ ଚିତ୍କାର କରୁ ଥିଲେ ମଧ୍ୟ ହିଂସକ ଲୋକଙ୍କ ମନ ତରଳି ନଥିଲା । ଆକ୍ରମଣ କାରୀ କେହି ଶୁଣିବାକୁ ପ୍ରସ୍ତୁତ ନଥିଲେ । ଉତ୍ୟକ୍ତ ଲୋକମାନଙ୍କ ନିସ୍ତୁକ ମାଡରେ ଦର ମରା ହୋଇ ଚେତା ଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲା ଭୈରବ ସାହୁ। ତଥାପି ଉତ୍ୟକ୍ତ ଲୋକେ ଆକ୍ରମଣ କରି ଚାଲିଥିଲେ । ସୂଚନା ପାଇ ବିଳମ୍ୱିତ ରାତିରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ପଦ୍ମପୁର ଥାନା ଆଇ ଆଇ ସି । ଆହତ କୁ ଉଦ୍ଧାର କରିବାକୁ ଉଦ୍ୟମ କଲାବେଳେ ପୋଲିସ ଆଇ ଆଇ ସି ଙ୍କୁ ବି ଆକ୍ରମଣ କରିଦେଇଥିଲେ । ଆକ୍ରମଣ କାରିଙ୍କ କବଳରୁ ଗୁରୁତର ଆହତ ଅବସ୍ଥାରେ ଭୈରବ ସାହୁଙ୍କୁ ପୋଲିସ ଉଦ୍ଧାର କରିଥିଲା । ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି ଲୋକଙ୍କ ଆକ୍ରମଣରେ ପଦ୍ମପୁର ଥାନା ଆଇଆଇସି ଧରଣୀଧର ପ୍ରଧାନର ମୁଣ୍ଡ ଫାଟିଛି । ଆଇଆଇଆଇସି ଧରାଣୀଧର ପ୍ରଧାନ ଆହତ । ପୋଲିସ କାର୍ଯ୍ୟନୁଷ୍ଠାନ ଭୟରେ ଲୋକ ଶୂନ୍ୟ ହୋଇ ପଡ଼ିଛି ସାହି । ଘଟଣାରେ ସଂପୃକ୍ତ କାହାରିକୁ ଛଡ଼ା ଯିବନି ବୋଲି ପୋଲିସ କହିଛି ।
ଅମାନୁଷିକ ଘଟଣା , ମରିଗଲା ସବୁ ମାନବିକତା !

ଅନ୍ଧ ବିଶ୍ବାସର କଳା ଖରାଦିନ: ସେଦିନ ଅନ୍ନପୂର୍ଣ୍ଣା, ଆଜି ଭୈରବ କଳଙ୍କିତ ଅମାନବୀୟ ଘଟଣାର ପୁନରାବୃତ୍ତି
ଅବିଭକ୍ତ କୋରାପୁଟ ଜିଲ୍ଲାର ପଦ୍ମପୁର ହେଉଛି ଶିକ୍ଷିତ ଅଞ୍ଚଳ। ଚାରି ପଟେ ଆଦିବାସୀ ବସତି । ଗୁଣି ଗାରେଡ଼ି କୁ ନେଇ ଏ ଅଞ୍ଚଳ ସବୁ ବେଳେ ଚର୍ଚିତ। ଏକଦା (୧୯୮୭)ଏମିତି ଏକ ଖରାଦିନର ଖରା ବେଳେ ଘଟି ଥିଲା ଏକ ଲୋମ ହର୍ଷଣକାରି ଘଟଣା । ସେହି ଜୁମୁରୁଗୁଡ଼ା ବସ୍ତିର ଅନ୍ନପୂର୍ଣ୍ଣା ନାମକ ଏକ ମହିଳାଙ୍କୁ ଗୁଣି ସନ୍ଦେହରେ ଟାଣି ଆଣି ସ୍ପଷ୍ଟ ଦିବା ଲୋକରେ ଖୁଣ୍ଟରେ ବାନ୍ଧି ଚାରି ପଟେ ନିଆଁ ଲଗେଇ ଦେଇଥିଲେ । ଏପରିକି ଉତ୍ୟକ୍ତ ଲୋକେ ମହିଳାଙ୍କ ଗୁପ୍ତାଙ୍ଗରେ ବାଡି ଭରି ଦେଇ ଅକଥନୀୟ ନିର୍ଯାତନା ଦେଇ ମାରି ଦେଇଥିଲେ। ସେତେବେଳେ ଖୁବ୍ ଚର୍ଚ୍ଚିତ ଥିଲା ଏହି ଲୋମ ଟାଙ୍କୁରା ଘଟଣା। ଗତ କାଲି ସେମିତି ଥିଲା ଏକ ଖରାଦିନ। ଫରକ ଏତିକି ସେଇଟା ଦିନ ଥିଲା ଏଇଟା ରାତି। ସମାନ ଢଙ୍ଗରେ ମିଳିତ ସଂଘବଦ୍ଧ ଆକ୍ରମଣରେ ମରିଗଲା ଆଉ ଜଣେ ବ୍ୟକ୍ତି । ଯୁଗ ବଦଳିଛି। ବିଜ୍ଞାନରେ ଆମେ ଅନେକ କ୍ଷେତ୍ରରେ ଆଗେଇଛୁ। ଅଥଚ ସେହି ଅନ୍ଧ ବିଶ୍ବାସର ଅନ୍ଧ ଗଳିରେ ଆମେ ଅମଣିଷ ହୋଇ ପଡିଛୁ। ଅନ୍ଧ ବିଶ୍ବାସର ଶିକାର ହୋଇ ଜଣେ ଲୋକଙ୍କୁ ସମସ୍ତେ ମିଶି ମାରିଦେଉଛୁ। ଏଭଳି ଘଟଣାର ପୁନରାବୃତ୍ତି ପଦ୍ମପୁର ଅଞ୍ଚଳରେ ପୁନଶ୍ଚ ଏକ କଳା ଦାଗ ଲଗେଇଛି ।

ଘଟଣାର କ୍ରମ
ରାତି ବଢୁଥିଲା। ମଣିଷ ଭିତରେ ସବାର ହେଉtଥିଲା ପାଶବିକ ପ୍ରକୃତି । ରାତିରେ କିଛି ଲୋକ ଭୈରବ କୁ ପଚରା ଉଚରା କରିବା କରିବା ପାଇଁ ଯାଇଥିଲେ | ସେତେବେଳେ ଲୋକ ଙ୍କ ଭିଡ ଜମି ଯାଇଥିଲା |ପରେ ପରିସ୍ଥିତି ଅସମ୍ଭାଳ ହୋଇଥିଲା | ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲା | ହେଲେ କେହି ହେଲେ ବୁଝି ନଥିଲେ | ଲୋକ ଗହଳି ଭିତରେ ପଦ୍ମପୁର ଥାନା ଅଧିକାରୀ ଧରଣୀ ଧର ପ୍ରଧାନ ଉପରକୁ ପଥର ମାଡ ହୋଇଥିଲା | ଥାନା ଅଧିକାରୀ ଙ୍କ ମୁଣ୍ଡ ଫାଟି ଥିଲା | ଚିକିତ୍ସା ପାଇଁ ଥାନା ଅଧିକାରୀ ଡାକ୍ତରଖାନା କୁ ଆସିବା ପରେ ଭୈରବ କୁ ଲୋକ ଆକ୍ରମଣ କରିଥିଲେ | ପରେ ଥାନା ଅଧିକାରୀ ଓ କର୍ମଚାରୀ ଯାଇ ଭୈରବ କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଦ୍ମପୁର ଡାକ୍ତରଖାନା କୁ ଆଣିଥିଲେ | ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିବା ଜଣାଯାଇଛି | ଏପଟେ ପଦ୍ମପୁର ରେ ୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି | କିଛି ମାସ ତଳେ ଏକ ଅଟୋ ଦୂର୍ଘଟଣା ହୋଇଥିଲା ଓ କିଛି ଦିନ ତଳେ ଜଣଙ୍କ ର ମୃତ୍ୟୁ ଘଟିଥିଲା । ଏଥିସହ ଝୋଟି କାଟି ପୂଜା କରୁଥିବା ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ଜାତ ହୋଇଥିଲା ଯେ ଗୁଣି ଗାରେଡ଼ି ଯୋଗୁ ଏଭଳି ହୋଇଥିବ | ପୋଲିସ 40 ରୁ ଉର୍ଦ୍ଧ ଲୋକଙ୍କ ନାମରେ ମାମଲା ରୁଜୁ କରିଥିବା ଜଣାପଡିଛି | ସକାଳୁ ସାଇଣ୍ଟିଫିକ ଦଳ ଆସି ତଦନ୍ତ ଆରମ୍ଭ କରିଛି । ବ୍ୟବହୃତ ହତିଆର କିଛି ପୋଲିସ ଜବତ କରିଛି।