କୋରାପୁଟରେ ସାଇବର ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

କୋରାପୁଟ, ପ୍ରତିଫଳନ ମିଡ଼ିଆ

କୋରାପୁଟ ସାଇବର ପୋଲିସ୍ ପକ୍ଷରୁ ଲଗାତାର ସାଇବର ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି।କୋରାପୁଟ କଫିବୋର୍ଡ ନିକଟସ୍ଥ ମାଛରା ଆଦର୍ଶ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ସାଇବର ଡିଏସ୍‌ପି ଭବାନୀ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ୍ ଟିମ୍ ଛାତ୍ରଛାତ୍ରୀଙ୍କୁ ସାଇବର ଠକେଇରୁ ସୁରକ୍ଷିତ ରହିବାର ଉପାୟ ବୁଝାଇଥିଲେ।କାର୍ଯ୍ୟକ୍ରମରେ ଶୋଭା ଅଫିସ୍‌ର ପ୍ରୋଗ୍ରାମ୍ ମ୍ୟାନେଜର ସାନ୍ତାକ୍ସି ତିବାରୀ, ଶିକ୍ଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ସାଇବର ଠକେଇ, ଅନଲାଇନ୍ ଜାଲିଆତି ଓ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ସମ୍ପର୍କରେ ସରଳ ଭାଷାରେ ସଚେତନ କରାଯାଇଥିଲା। ଭିଡିଓ ମାଧ୍ୟମରେ ମଧ୍ୟ ବିଭିନ୍ନ ସାଇବର ଅପରାଧ ସମ୍ପର୍କରେ ଠକେଇରୁ ବର୍ତ୍ତିବା ପାଇଁ ବୁଝାଇ ଦିଆଯାଇଥିଲା।ଛାତ୍ରଛାତ୍ରୀଙ୍କ ସହ ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ସାଇବର ଅପରାଧରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି।
ଅଜଣା ଲିଙ୍କ୍‌ରେ କ୍ଲିକ୍‌ ନକରିବା ଏବଂ OTP କିମ୍ବା ବ୍ୟାଙ୍କ ସୂଚନା କାହାକୁ ନଦେବାକୁ ସଚେତନ କରାଯାଇଛି।ସାଇବର ଅପରାଧର ଶିକାର ନହେବା ପାଇଁ ସତର୍କତା ଓ ସଚେତନତା ହିଁ ସର୍ବୋତ୍ତମ ସୁରକ୍ଷା ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି।

Spread the love