ରାୟଗଡା ପି.ଏମ.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଦ୍ୟାଳୟ ‘ଯୁବ ସଂସଦ’ ପ୍ରତିଯୋଗିତା ଅନୁଷ୍ଠିତ

ରାୟଗଡା ( ପ୍ରତିଫଳନ ମିଡ଼ିଆ )

ପିଲାଙ୍କ ଭିତରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଜାଗ୍ରତ କରିବା ଓ ନେତୃତ୍ୱର ବିକାଶ ଲାଗି ରାୟଗଡା ପି.ଏମ.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ବିଦ୍ୟାଳୟ ‘ଯୁବ ସଂସଦ’ (Youth Parliament) ପ୍ରତିଯୋଗିତା ସଫଳତାର ସହ ସମ୍ପନ୍ନ ହୋଇଯାଇଛି ।

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସଂସଦୀୟ କାର୍ଯ୍ୟଧାରା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ସଂସଦୀୟ କାର୍ଯ୍ୟର ଜୀବନ୍ତ ରୂପାୟନଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ନବମ ରୁ ଦ୍ୱାଦଶ ଶ୍ରେଣୀର ପ୍ରାୟ ,୩୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେମାନେ ବାଚସ୍ପତି, ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ବିଭିନ୍ନ ବିଭାଗର ମନ୍ତ୍ରୀ ଭୂମିକାରେ ଅଭିନୟ କରି ସଂସଦର ପ୍ରକୃତ ବାତାବରଣ ସୃଷ୍ଟି କରିଥିଲେ । ପ୍ରଶ୍ନକାଳ ଓ ବିତର୍କ ଅଧିବେଶନର ଆରମ୍ଭରେ ‘ପ୍ରଶ୍ନକାଳ’ ଚାଲିଥିଲା । ଏଥିରେ ବିରୋଧୀ ଦଳର ସଦସ୍ୟମାନେ ଦେଶର ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ଏବଂ ପରିବେଶ ପ୍ରଦୂଷଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶାସକ ଦଳକୁ ଘେରିଥିଲେ। ଶାସକ ଦଳର ମନ୍ତ୍ରୀମାନେ ନିଜ ନିଜ ବିଭାଗର ପକ୍ଷ ରଖି ଅତି ଚମତ୍କାର ଭାବେ ଉତ୍ତର ଦେଇଥିଲେ । ଏହାପରେ ଦେଶର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ରାଜାରାମ ଯୋଗ ଦେଇଥିଲେ । ସେ ଛାତ୍ରଛାତ୍ରୀମାନଙ୍କର ଏଭଳି ସୁନ୍ଦର ପ୍ରଦର୍ଶନକୁ ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଆଜିର ଶିଶୁ ଆସନ୍ତାକାଲିର ନାଗରିକ । ତେଣୁ ଦେଶର ଶାସନ ବ୍ୟବସ୍ଥାକୁ ବୁଝିବା ସେମାନଙ୍କ ପାଇଁ ନିହାତି ଜରୁରୀ । ବିଦ୍ୟାଳୟର ରାଜନୀତି ବିଜ୍ଞାନର ଶିକ୍ଷକ ଶ୍ରୀଯୁକ୍ତ ମାୟାଧର ବିଶୋଇ ଏବଂ ଦୈତାରୀ କଠାରଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ସୁଚାର ରୂପେ ପରିଚାଳିତ କରାଯାଇଥିଲା ଏବଂ ସର୍ବ ଶେଷରେ ବିଦ୍ୟାଳୟର ବରିଷ୍ଟ ଶିକ୍ଷକ ଡକ୍ଟର ରମେଶ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love