ରିପୋର୍ଟ :ମହେନ୍ଦ୍ର କୁମାର ଦର୍ଜି
ବଲାଙ୍ଗୀର:- ବଲାଙ୍ଗୀର ଟିଟିଲାଗଡ଼ ରାସ୍ତା ମଠାଖାଇ ନିକଟ ଅସୁର ଦୁଙ୍ଗୁରି ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି।ହାତୀ ର ଗୋଟିଏ ଦାନ୍ତ ଗାୟବ୍ ଅଛି।ହାତୀ ଦାନ୍ତ ପାଇଁ ହତ୍ୟା କରାଯାଇଛି ନା ଅନ୍ୟ କିଛି ରହସ୍ୟ ରହିଛି ଜଣାପଡି ନାହିଁ ।ଶବ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁ ର ରହସ୍ୟ ଜଣା ପଡିବ ବୋଲି ଜଙ୍ଗଲ ବିଭାଗ କହିଛି ।ହାତୀ ଦାନ୍ତ ତସ୍କରି ପାଇଁ ହତ୍ୟା କରାଯାଇଥିବା ସନ୍ଦେହରେ ୨ଜଣକୁ ଅଟକ ରଖି ଜେରା କରୁଛି ଜଙ୍ଗଲ ବିଭାଗ ଅଧିକାରୀ।ଆକଳନ କରାଯାଉଛି ଦୁଇ ଦିନ ହେବ ହାତୀ ଟି ମରିଥିବା ବେଳେ ବନ ବିଭାଗ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳ ରେ ପହଞ୍ଚିଥିଲେ।
ଦନ୍ତା ହାତୀର ଦାନ୍ତ କୁ କାଟି ନିଆ ଯାଇଥିବା ବନ ବିଭାଗର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଦାନ୍ତ ପାଇଁ ଶିକାରୀ ହାତୀ କୁ ହତ୍ୟା କରିଛି ନା ମୃତ୍ୟୁ ପରେ ଦାନ୍ତ କାଟି ନିଆ ଯାଇଛି କି ? ତଦନ୍ତ କରୁଛି ବିଭାଗ ।
ସୁବର୍ଣ୍ଣପୁର ଜିଲ୍ଲାରୁ ହାତୀ ପଲ ବଲାଙ୍ଗୀର ଜିଲ୍ଲାକୁ ଦେଓଗାଁ,ଉପରଝର ଦେଇ ମଠଖାଇ ଜଙ୍ଗଲ କୁ ପ୍ରବେଶ କରିଥିଲେ ।ହାତୀ ର ଯାତାୟାତ ଉପରେ ନଜର ରଖିଥିଲା ବୋଲି ବଲାଙ୍ଗିର ବନ ବିଭାଗ କହୁଛି । ବନ ବିଭାଗ ର ତୀକ୍ଷ୍ଣ ନଜର ରେ ହାତୀ ଟି ଥିବା ବେଳେ ହାତି କିଭଳି ମରିଲା , ହାତୀର ଦାନ୍ତ କାଟି କିଏ ନେଲା ବନ ବିଭାଗ ହାଣି ପାରିଲା ନାହିଁ କିପରି ।ବନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଓ ନିଷ୍ଠା କୁ ନେଇ ପ୍ରଶ୍ନ ଉଠୁଛି।ବନ ବିଭାଗର ଟାସ୍କ ଫୋର୍ସ ଉପସ୍ଥିତି ରେ ହାତୀ ର ଶବ ବ୍ୟବଚ୍ଛେଦ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଏଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାର ପଶୁ ପ୍ରେମୀ ଆଶା ରଖୁଛନ୍ତି ।ବନ୍ୟ ପ୍ରାଣୀ ମାମଲାର ତ୍ବରିତ ବିଚାରଣା ପାଇଁ ସ୍ବତନ୍ତ୍ର କୋର୍ଟ ସ୍ଥାପନ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଥିବାରୁ ଏଣିକି ବନ୍ୟ ପ୍ରାଣୀ ତସ୍କରମାନେ ତ୍ବରିତ ଦଣ୍ଡ ପାଇବେ ଓ ଅପରାଧ କମିବ ବୋଲି ଆଶା କରାଯାଉଛି