ରାୟଗଡା (ପ୍ରତିଫଳନ ମିଡ଼ିଆ )
ପବିତ୍ର ଗୁରୁ ଦିବସ ଅବସରରେ ଟାଟା ଏଆଇଏ ଲାଇଫ ଇନ୍ଷ୍ୟୁରେନ୍ସ କମ୍ପାନୀ ପକ୍ଷରୁ ଶିକ୍ଷକ ଡ଼. ଦ୍ଵିତୀ ଚନ୍ଦ୍ର ସାହୁଙ୍କୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଛି। କମ୍ପାନୀର ବରିଷ୍ଠ କର୍ମଚାରୀ ପ୍ରଦୀପ କୁମାର ପାଣିଗ୍ରାହୀ ଓ ଶାଖା ପରିଚାଳକ ପିଏମଶ୍ରୀ ସରକାରୀ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ, ବିଲେଷୁ ରେ ପହଂଚି ଆୟୋଜିତ ଗୁରୁ ଦିବସରେ ଅତିଥିଭାବେ ଯୋଗ ଦେଇଥିଲେ। ଶ୍ରୀ ପାଣିଗ୍ରାହୀ ପିଲାଙ୍କୁ ଗୁରୁର ମହତ୍ୱ ତଥା ପିଲାଙ୍କ ଭିତରେ ଥିବା ଗୁରୁର ଦିବ୍ୟ ପ୍ରକାଶକୁ ବୁଝାଇଥିଲେ ।

ପରେ କମ୍ପାନୀ ପକ୍ଷରୁ ରାଷ୍ଟ୍ରପତି ଶିକ୍ଷକ ସମ୍ନାନ ପ୍ରାପ୍ତ ଶିକ୍ଷକ ଡ଼. ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଏଭଳି ସମ୍ନାନ ଗ୍ରହଣ କରିବା ପରେ ଡ଼. ସାହୁ କୃତଜ୍ଞତା ଜ୍ଞାପନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀନିବାସ ରାଓ ଲାଡି କମ୍ପାନୀର ଏଭଳି ପଦକ୍ଷେପ ଓ ଏଇ ସମ୍ମାନ ପାଇଁ ଜିଲ୍ଲାରୁ ଡ଼. ସାହୁଙ୍କୁ ଚୟନ କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

