କୋରାପୁଟ:ପଟାଙ୍ଗୀ ନିକଟ ପାହାଡ଼ରେ ବୁଲୁଛି ହାତୀ ପଲ,ଫସଲ ନଷ୍ଟ କରିଦେବେ ଚିନ୍ତାରେ ଚାଷୀ

କୋରାପୁଟ (ପ୍ରତିଫଳନ ମିଡ଼ିଆ )

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ନିକଟରେ ହାତୀପଲ ବୁଲୁଥୁବା ଦେଖିବାକୁ ମିଳିଛି।ପଲ୍ଲରେ 7ଟି ହାତୀ ରହିଥିବା ବେଳେ ସେଥି ମଧ୍ୟରୁ 3ଟି ଛୁଆ ହାତୀ ରହିଥିବା ଦୃଷ୍ଟି ଗୋଚର ହେଉଛି। ଖାଦ୍ୟ ଅନ୍ବେଷଣ ରେ ହାତୀ ପଲ ଆନ୍ଧ୍ର ରୁ ପ୍ରବେଶ କରିଥିବା ସନ୍ଦେହ କରୁଛି ବନ ବିଭାଗ ସନ୍ଦେହ କରୁଛି ।ପଟାଙ୍ଗି ନିକଟ ପାହାଡ଼ ଓ ଜଙ୍ଗଲ ବର୍ତ୍ତୀ ଅଞ୍ଚଳରେ ବୁଲୁଥୁବା ଦେଖିବାକୁ ମିଳିଛି.
ପଟାଙ୍ଗୀ ନିକଟ ପରଜା ସିଉରା ଓ ରାଇପାଡୁ ପାହାଡ଼ ନିକଟରେ ହାତୀ ପଲ ବୁଲୁଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ପଲଙ୍କ ଉପରେ କଡା ନଜର ରଖାଯାଇଛି ବୋଲି କୋରାପୁଟ ଓ ସେମିଲିଗୁଡା ଜଙ୍ଗଲ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି। ଫସଲ ନଷ୍ଟ କରିଦେବେ ବୋଲି ଅଞ୍ଚଳର ଚାଷୀ ଚିନ୍ତିତ ଅଛନ୍ତି।

ଆନ୍ଧ୍ର ପଟୁ କୋଟିଆ ଦେଇ ହାତୀଗୁଡିକ ଆସିଥିବା ସନ୍ଦେହ କରାଯାଉଛି।କୋଟିଆ ପଂଚାୟତ ର ଆରଜୁୱାଲସା ଓ ନେରଡ଼ିୱାଲସା ଅଞ୍ଚଳରେ ହାତୀ ପୋଲ ମାଡି ଆସୁଥିବା ଦେଖିବାକୁ ମିଳିଛି ସୂଚନା ଅନୁସାରେ ଆନ୍ଦ୍ର ର କୁନ୍ଦିମାଡା ଅଞ୍ଚଳରୁ ହାତୀ ଗୁଡ଼ିକ ପସି ଆସିଥିବା ସନ୍ଦେହ କରାଯାଉଛି.
ପର୍ଯ୍ୟଟକ ମାନଙ୍କୁ ଜଳ ପ୍ରପାତ,ବଣ ଭୋଜି ବା ବୁଲିବା ପାଇଁ ଯିବା ବେଳେ ସତର୍କ ରହିବାକୁ ବନ ବିଭାଗ ପରାମର୍ଶ ଦେଇଛି।ହାତୀ ମାନଙ୍କୁ ଆନ୍ଧ୍ରକୁ ଘଉଡ଼ାଇ ଦେବାକୁ ଉଦ୍ୟମ କରିବ ବୋଲି ବନ ବିଭାଗ କହିଛି।

Spread the love