ଜଗତସିଂହପୁର (ପ୍ରତିଫଳନ ମିଡ଼ିଆ )
ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଜଗତସିଂହପୁର ଡ୍ରଗ୍ସ ଇନ୍ସପେକ୍ଟର ସଞ୍ଜୟ କୁମାର ହାଁସଦା। ଯାଜପୁର ସ୍ଥିତ ଏକ ହୋଲସେଲରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ର ଏକ ସ୍ୱତନ୍ତ୍ର ଟିମ ଛାପା ମାରି ରେଡ୍ ହ୍ୟାଣ୍ଡରେ ଧରିଛି। ହୋଲସେଲ ମେଡ଼ିସିନ କାରବାର ଲାଗି ଲାଇସେନ୍ସ ପାଇଁ

ଜଗତସିଂହପୁର ଜିଲ୍ଲା ଜୟପୁର ନିକଟରେ ଥିବା ଡ୍ରଗ୍ସ ଅଫିସରେ ଭିଜିଲାନ୍ସ ଟିମ ପହଞ୍ଚି ଅଧିକ ତଦନ୍ତ କରିବା ସମୟରେ ନଗଦ ୧ଲକ୍ଷ ୫୨ ହଜାର ଟଙ୍କା ପାଇଥିଲା। ଏହି ଟଙ୍କାକୁ ନେଇ ଅଧିକ ତଦନ୍ତ କରୁଛି। ଅଫିସରେ ଥିବା ସବୁ କର୍ମଚାରୀଙ୍କୁ ଉଠାଇ ନେଇଛି ଭିଜିଲାନ୍ସ। ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ନିଜସ୍ୱ ବାସଭବନ ଓ ଶଶୁର ଘର ଭବାନୀପାଟଣା ଘରେ ବି ଭିଜିଲାନ୍ସ ତଦନ୍ତ ଜାରି ରହିଛି।

