ସମ୍ଭାବ୍ୟ ବାତ୍ୟାର ମୁକାବିଲାକୁ ନେଇ ସଜାଗ ଗଞ୍ଜାମ ଜିଲ୍ଲା ପ୍ରଶାସନ : ହେଡ଼ କ୍ୱାର୍ଟର ନ ଛାଡିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର( ପ୍ରତିଫଳନ ମିଡ଼ିଆ )

ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲାପାଳଙ୍କ ଓସ୍ୱାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲପାଳଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ l ଜିଲ୍ଲାକୁ ରେଡ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି l ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ିର ସମ୍ଭାବନା ରହିଛି l ବିନା କାରଣରେ କେହି ଘରୁ ନ ବାହାରିବାକୁ ଗଞ୍ଜାମ ଜିଲ୍ଲାପାଳ ଅନୁରୋଧ ଦେଇଛନ୍ତି l କୌଣସି ଅଧିକାରୀ ହେଡ଼କ୍ୱାର୍ଟର ନ ଛାଡିବା ପାଇଁ ସମସ୍ତ ଅଧିକାରୀଙ୍କୁ ଆଭାସୀ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ l

ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଚାଷ ଜମିରେ କ୍ଷୟ କ୍ଷତି ହେବା ସମ୍ଭାବନା ରହିଛି l ଅତି ଆବଶ୍ୟକୀୟ ଜିନିଷ ଗୁଡିକୁ ସୁରକ୍ଷିତ ରଖିବାକୁ କୁହାଯାଇଛି l ଜିଲ୍ଲାରେ ଆଜି ଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯାଇଛି l ଜିଲ୍ଲାର ବ୍ଲକ, ତହସିଲ, ବିଦ୍ୟୁତ, ଅଗ୍ନିଶ୍ରମ ଓ ପୋଲିସ ବିଭାଗକୁ ସଚେତନ ରହିବାକୁ କୁହାଯାଇଛି l ଯେଉଁ ସ୍ଥାନରେ ପାଣି ମାଡି ଆସିବାର ସମ୍ଭାବନା ରହିଛି ସେଠାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ପ୍ରସ୍ତୁତ କରି ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ପରିସ୍ଥିତିକୁ ଅନୁଧ୍ୟାନ କରି ଶିକ୍ଷନୁଷ୍ଠାନ ଗୁଡିକ ଖୋଲା ରହିବ କି ବନ୍ଦ ରହିବ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲପାଳ କୀର୍ତ୍ତି ଭାସନ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି l

Spread the love