ଭୁବନେଶ୍ୱର ( ପ୍ରତିଫଳନ ମିଡ଼ିଆ )
ଜେଲ ଭିତରେ ରହି ବିକ୍ରମ ସାକ୍ଷୀଙ୍କୁ ଧମକ ଦେବା ଘଟଣା । ଜେଲ ଡାକ୍ତର ସୁଶାନ୍ତ ପାଣିଗ୍ରାହୀ ନିଲମ୍ବିତ । ରାଜ୍ୟ ସରକାର ଡାକ୍ତରଙ୍କୁ ନିଲମ୍ବିତ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୁଶାନ୍ତଙ୍କ ନିଲମ୍ବିତ ଆଦେଶ ପ୍ରକାଶିତ କରିଛନ୍ତି । ବିକ୍ରମ ପଣ୍ଡା ଜେଲ ଭିତରେ ଥିବାବେଳେ ନିଜ ଫୋନ ତାଙ୍କୁ ବ୍ୟବହାର ପାଇଁ ଦେଉଥିଲେ ଡାକ୍ତର ସୁଶାନ୍ତ । ଆଉ ସେଇ ଫୋନରୁ ବିକ୍ରମ ସାକ୍ଷୀ ମାନଙ୍କୁ କୁଆଡେ ଧମକ ଦେଇଥିଲେ । ଧମଜ ପାଇଥିବା ସାକ୍ଷୀର ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଥିଲା। ଘଟଣାର ସତ୍ୟତା ଜଣା ପଡିବା ପରେ ଡାକ୍ତରଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଡାକ୍ତର ପାଣିଗ୍ରାହୀ ଜେଲ ମଧ୍ୟରେ ନିଜ ମୋବାଇଲକୁ ବିଚାରଧୀନ କଏଦୀ ବିକ୍ରମ ପଣ୍ଡା ଓ ମଦନ ଦଳେଇକୁ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଗତ ଅଗଷ୍ଟ ୨୮ ତାରିଖରେ ସୁଶାନ୍ତ ନିଜ ମୋବାଇଲ ବିକ୍ରମ ଓ ମଦନକୁ ଦେଇଥିଲେ। ସେଥିରେ ମାମଲାର ସାକ୍ଷୀ ଲଳିତ ମୋହନ ମଙ୍ଗରାଜକୁ ଫୋନ କରି ସେମାନେ ଧମକ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ଡାକ୍ତର ସୁଶାନ୍ତଙ୍କ ନାମରେ ଗୋଷାଣୀ ନୂଆଗାଁ ଥାନାରେ ମାମଲା ରୁଜୁ ହୋଇଥିଲା । କିଛି ଦିନ ପୂର୍ବରୁ ପୋଲିସ ସୁଶାନ୍ତଙ୍କୁ ଜେରା କରିବା ସହ ତାଙ୍କ ମୋବାଇଲକୁ ଜବତ କରିଥିଲା । ଏଥିରେ ସତ୍ୟତା ଥିବା ଜଣା ପଡିଥିଲା। ନିଲମ୍ବିତ ଅବଧି ଭିତରେ ସଦର ବିଭାଗୀୟ ଉଚ୍ଚ କତୃପକ୍ଷଙ୍କ ବିନା ଅନୁମତିରେ ସଦର ମହକୁମା ଛାଡି ଯାଇ ପାରିବେ ନାହିଁ ବୋଲି ନିର୍ଦେଶ ରହିଛି ଳ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ବିକ୍ରମଙ୍କ ପୁଣି ଅଡୁଆ ବଢ଼ି ଯାଇଛି।

