Oplus_131072
Oplus_131072
ଗୁଣୁପୁର ( ପ୍ରତିଫଳନ ମିଡ଼ିଆ )
କୋଡିଏ ବାର୍ଷିୟା ବିବାହିତ ଯୁବତୀଙ୍କ ମୃତ୍ୟୁକୁ ନେଇ ଉଠିଛି ଅଭିଯୋଗ। ଅଭିଯୋଗ କରିଛନ୍ତି ମାଆ ଘର ଲୋକ। ରାୟଗଡ଼ା ଜିଲ୍ଲା ଗୁଣପୁର ସହର ବିକ୍ରମପୁର ଦଣ୍ଡାସି ସାହିରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ମୃତକ ମହିଳା ହେଲେ ଅନିତା ମାଣ୍ଡାଙ୍ଗୀ। ବୟସ ୨୦ ବର୍ଷ | ମୃତ ମହିଳାଙ୍କ ନିଜ ଘର ରାମନାଗୁଡ଼ା ବ୍ଲକ୍ ନାଲପଣ୍ଡା ଗାଁ ରେ । ଗୁଣପୁର ପୈାରପରିଷଦର ବିକ୍ରମପୁର ଦଣ୍ଡାସି ସାହିର ହର୍ସୁ କୁମ୍ବୁରିକାକୁ ଅନିତା ମାଣ୍ଡାଙ୍ଗି ଦୁଇ ବର୍ଷ ତଳେ ବିବାହ କରିଥିଲେ। କେଉଁ କାରଣ ରୁ ଅନିତା ଙ୍କ ମୃତ୍ୟୁ ଘଟିଛି ଜଣାପଡ଼ି ନଥିବା ବେଳେ | ମୃତ ଅନିତା ର ମାଆ ଭାନୁ ମଣ୍ଡାଙ୍ଗି ତାଙ୍କ ଝିଅକୁ ମାରି ଦେଇଥିବା ଥାନା ରେ ଅଭିଯୋଗ କରିଛନ୍ତି | ଗୁଣପୁର ପୋଲିସ୍ ପହଞ୍ଚି ମୃତ ଦେହକୁ ଜବତ କରି ଘଟଣାର ଅଧିକ ଅନୁସନ୍ଧାନ ଚଳାଇଛି | ଏପଟେ ସ୍ବାମୀ ହର୍ସୁ କୁମ୍ବରିକା କୁ ପୋଲିସ ଥାନା ରେ ଅଟକ ରଖି ପଚରାଉଚୁରା କରୁଛି।
