ସେମିକନ୍ ଇଣ୍ଡିଆ 2026ରେ ଏନଆଇଟି ରାଉରକେଲା, ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦେବେ ସମନ୍ୱିତ ସର୍କିଟ୍ (IC), ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର ( ପ୍ରତିଫଳନ ମିଡ଼ିଆ )

ଓଡିଶା ପାଇଁ ଗୌରବ ଆଣିଲା ଏନଆଇଟି ରାଉରକେଲା

ଓଡିଶା ପାଇଁ ଗର୍ବର ମୁହୂର୍ତ୍ତ । ରାଉରକେଲା ଏନ ଆଇ ଟି ପକ୍ଷରୁ ପ୍ରସ୍ତୁତ ହେଲା ବିକଶିତ ସମ୍ମନ୍ୱିତ ସେମି କଣ୍ଡକ୍ଟର । ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY)ର ସେଣ୍ଟର-ଟୁ-ଷ୍ଟୁଡେଣ୍ଟ (C2S) କାର୍ଯ୍ୟକ୍ରମରେ ରାଉରକେଲା ନିଟର ଗବେଷକ ଛାତ୍ର ପ୍ରଦୀପ କୁମାର ମହାନ୍ତି, ପ୍ରଫେସର ଆୟସ କାନ୍ତ ସ୍ୱାଇଁ ଓ ପ୍ରଫେସର କମଳାକାନ୍ତ ମହାପାତ୍ର ଦଳ ଦ୍ୱାରା ଡିଜାଇନ୍ ଏବଂ ବିକଶିତ ଏକ ସମନ୍ୱିତ ସର୍କିଟ୍ (IC)  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ସ୍ମାରକୀ ଭାବରେ ପ୍ରଦାନ କରାଯିବ । ସାରା ଭାରତରୁ ଅଂଶଗ୍ରହଣକାରୀ 20 ଟି ପ୍ରତିଷ୍ଠାନ ମଧ୍ୟରୁ, NIT ରାଉରକେଲା ହେଉଛି ଓଡ଼ିଶାର ଏକମାତ୍ର ପ୍ରତିଷ୍ଠାନ ଯାହାର IC ଉପସ୍ଥାପିତ ହେଉଛି । ଏହା ଓଡିଶା ପାଇଁ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ବୋଲି ବିବେଚନା କଟାଯାଉଛି ।

ପ୍ରଦୀପ କୁମାର ମହାନ୍ତି, NIT ରାଉରକେଲାର ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ ବିଭାଗର ଜଣେ PhD ଗବେଷକ ।  ତାଙ୍କ ଘର ଗଞ୍ଜାମର ଆସିକା ନିକଟସ୍ଥ ବଡ଼ଖୋଲିରେ ବୋଲି ଜଣାପଡିଛି । ଭାରତର ଏହି ଗୌରବମୟ ଅଧ୍ୟାୟରେ ଗଞ୍ଜାମ ଯୋଡି ହୋଇଥିବାରୁ ଗଞ୍ଜାମବାସୀ ଖୁସି ପ୍ରକଟ କରିଛନ୍ତି । ତେବେ ‘ସେମିକନ୍ ଇଣ୍ଡିଆ ୨୦୨୬’ (Semicon India 2026) ସହ ଜଡ଼ିତ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କହିଛନ୍ତି ଗବେଷକ ଛାତ୍ର ପ୍ରଦୀପ କୁମାର ମହାନ୍ତି । ଜଣେ ଛାତ୍ର ଭାବରେ NIT ରାଉରକେଲା ଏବଂ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଏବଂ ଗର୍ବର ମୁହୂର୍ତ୍ତ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସେମିକନ୍ ଇଣ୍ଡିଆ 2026 ରେ ଉପସ୍ଥାପନା ସମୟରେ ସେ ଉପସ୍ଥିତ ରହିବେ ।

ଆଜି ଆୟୋଜିତ ହେବାକୁ ଥିବା ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ର ‘ChipIN ସେଣ୍ଟର-ଟୁ-ଷ୍ଟୁଡେଣ୍ଟ’ (C2S) କାର୍ଯ୍ୟକ୍ରମରେ ଏହି ଉତ୍ପାଦ ଭେଟି ଦିଆଯିବ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ଏଥିରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି । ସମସ୍ତଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କୁ ହସ୍ତାନ୍ତର କରାଯିବ । ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମ ନିର୍ଭରଶୀଳ ହେବା ପାଇଁ ଏହା ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ଆଶା କରା ଯାଉଛି ।

Spread the love