ବ୍ରହ୍ମପୁର ( ବେଣୁଧର ମହାନ୍ତି )
ପବିତ୍ର ଗଣେଶ ପୂଜା ଉପଲକ୍ଷେ ଆସ୍କା ରୋଡ ହନୁମାନ ନଗରରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ଯୁବ ସମାଜସେବୀ ରୋହିତ୍ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିର କୁ ସମାଜସେବୀ ରାଜେନ୍ଦ୍ର ମାଝୀ ଶୁଭାରମ୍ଭ କରିଥିଲେ । ଅତିଥି ରୂପେ ବିଜେଡି ଯୁବ ନେତା ଜ୍ୟୋତି ରଞ୍ଜନ ସାହୁ, ଶୋଭନ ନାୟକ ,ଅଜିତ୍ ପାତ୍ର, ସୁଦୀପ କୁମାର୍ ସାହୁ, ନିହାର ଶତପଥୀ, ସୁରେଶ ବେହେରା, ବଳରାମ ବେହେରା, ଦେବାଶିଷ ମାଝୀ, ଶୁଭମ୍ ପଟ୍ଟନାୟକ, ଦୀପକ ନାୟକ, ନିଳାଞ୍ଚଳ ସାମନ୍ତରାୟ, ସୁନୀଲ ନାୟକ ,ଶଙ୍କର ସାମଲ, ପ୍ରଦୀପ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ବ୍ରହ୍ମପୁର୍ ବଡ଼ ଡାକ୍ତରଖାନା ରକ୍ତ ଭଣ୍ଡାର ର ବହୁ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ । ଏଠାରେ ରକ୍ତ ଦାନ କରିଥିବା ବ୍ୟକ୍ତବିଶେଷଙ୍କୁ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।ସର୍ବମୋଟ ୫୦ ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ ରକ୍ତ ଦାନ ସହ ବିଭିନ୍ନ ପର୍ବ ପର୍ବାଣୀରେ ଏପରି ସେବା କାଯ୍ୟକ୍ରମ ଆୟୋଜିତ ହେବ ବୋଲି ଏଠାରେ ମୁଖ୍ୟ ପରିଚାଳକ ମାଝୀ କହିଥିଲେ ।


