ଓଡ଼ିଶାରେ ବ୍ରିକ୍ସ ଫିଭର, ବ୍ରହ୍ମପୁର କଳାକାର ଦେଖାଇଲେ କମାଲ, ଚକ ଖଡ଼ିରେ ତିଆରି କଲେ ବ୍ରିକ୍ସ ନେତାଙ୍କ ପ୍ରତିକୃତି
ବ୍ରହ୍ମପୁର (ବେଣୁଧର ମହାନ୍ତି )
ଓଡ଼ିଶାରେ ବ୍ରିକ୍ସ ଫିବେର । ବ୍ରହ୍ମପୁରର କଳାକାର କେ. ବିଜୟ କୁମାର ରେଡ୍ଡୀ ଚକ୍ ଖଡ଼ିରେ ତିଆରି କଲେ ବ୍ରିକ୍ସ ନେତାଙ୍କ କ୍ଷୁଦ୍ର ପ୍ରତିକୃତି, କଳାକୃତି କରିବାକୁ ଲାଗିଥିଲା ଏକ ମାସ। କ୍ଷୁଦ୍ରକଳାକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ବିଜୟଙ୍କ ଆଉ ଏକ ପଦକ୍ଷେପ ବୋଲି ଆଲୋଚନା ହେଉଛି ।
ବ୍ରହ୍ମପୁରର କଳାକାର କେ. ବିଜୟ କୁମାର ରେଡ୍ଡୀ ଚକ୍ରେ ତିଆରି କଲେ ବ୍ରିକ୍ସ ନେତାଙ୍କ କ୍ଷୁଦ୍ର ପ୍ରତିକୃତି

ବ୍ରହ୍ମପୁରର କ୍ଷୁଦ୍ର କଳାକାର କେ. ବିଜୟ କୁମାର ରେଡ୍ଡୀ ଚକ୍ ଖଡ଼ିରେ ତିଆରି କରିଛନ୍ତି ବ୍ରିକ୍ସ ନେତାଙ୍କ କ୍ଷୁଦ୍ର ପ୍ରତିକୃତି । କଳାକୃତି କରିବାକୁ ଲାଗିଥିଲା ଏକ ମାସ । କ୍ଷୁଦ୍ରକଳାକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ବିଜୟ ଏଭଳି ପଦକ୍ଷେପ ନେଇଛନ୍ତି ।
ଅତ୍ୟନ୍ତ ସୂକ୍ଷ୍ମ ଓ ନିଖୁଣ କ୍ଷୁଦ୍ରକଳା ଦ୍ୱାରା ଚକ୍ରେ ଏଭଳି ପ୍ରତିକୃତି କରିଛନ୍ତି । ଚକ୍ରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ପାଞ୍ଚ ନେତାଙ୍କ କ୍ଷୁଦ୍ର ପ୍ରତିକୃତି ତିଆରି କରି ଏକ ଅସାଧାରଣ କଳାକୃତି ସୃଷ୍ଟି କରିଛନ୍ତି। ଏହି କଳାକୃତିରେ ବ୍ରାଜିଲ୍, ରୁଷିଆ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକାର ନେତାମାନଙ୍କ ପ୍ରତିକୃତି ରହିଛି । ପ୍ରତ୍ୟେକ ନେତାଙ୍କ କ୍ଷୁଦ୍ର ପ୍ରତିକୃତିର ଉଚ୍ଚତା ମାତ୍ର ୧ ସେଣ୍ଟିମିଟର । ଏହା ସହିତ ବିଜୟ ମାତ୍ର ୫ ମିଲିମିଟର ଉଚ୍ଚତାର ଏକ କ୍ଷୁଦ୍ର ବ୍ରିକ୍ସ ଲୋଗୋ ମଧ୍ୟ ତିଆରି କରିଛନ୍ତି । ଏହି ଅତ୍ୟନ୍ତ ସୂକ୍ଷ୍ମ କଳାକୃତି ସମ୍ପୂର୍ଣ୍ଣ କରିବାକୁ ପ୍ରାୟଏକ ମାସର ନିରନ୍ତର ପରିଶ୍ରମ କରିବାକୁ ପଡିଥିଲା ବୋଲି ବିଜୟ କହିଛନ୍ତି । ଭାରତୀୟ କ୍ଷୁଦ୍ରକଳାକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଏକମାତ୍ର ଲକ୍ଷ୍ୟ ବୋଲି ବିଜୟ କହିଛନ୍ତି l
