ପୁରୁଷୋତ୍ତମପୁର ଭସାଣି ବେଳେ ଜେନେରେଟର ନିଆଁ ଲାଗି ଶିଶୁ ଆହତ ଘଟଣା, ଜିଲ୍ଲା ପ୍ରଶାସନ ପକ୍ଷରୁ ତିନି ଆହତ ଶିଶୁଙ୍କୁ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ, ଜଣଙ୍କ ଅବସ୍ଥା ଏବେ ବି ଗୁରୁତର

ବ୍ରହ୍ମପୁର (ପ୍ରତିଫଳନ ମିଡ଼ିଆ )

ପୁରୁଷୋତ୍ତମପୁର ଭସାଣି ବେଳେ ଜେନେରେଟର ନିଆଁ ଲାଗି ଆହତ ହେବା ଘଟଣା l ଜିଲ୍ଲପାଳ ଭି. କୀର୍ତ୍ତି ଭାସନଙ୍କ ନିର୍ଦେଶ କ୍ରମେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା ମେଡିକାଲରେ ପହଂଚି ତିନିଜଣ ଆହତ ଶିଶୁଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରି ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ପ୍ରତ୍ୟେକଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରା ଯାଇଛି l ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝି ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ l

ସୁହାନି ନାୟକ, ଭୂମି ନାୟକ ଏବଂ ଇତିଶ୍ରୀ ନାୟକ ତିନିଜଣ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି l ଦୁଇଜଣ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ବେଳେ ଅନ୍ୟ ଜଣେ ଶିଶୁ ଇତିଶ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା କହିଛନ୍ତି ଡାକ୍ତର l ସେପଟେ ଆହତ ଶିଶୁ ସୁହାନିଙ୍କୁ ବଞ୍ଚାଇବାକୁ ଯାଇ ବାପା ଗୋପାଳ ନାୟକ ବି ନିଆଁରେ ପୋଡି ଆହତ ହୋଇ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି l ଗୋପାଳଙ୍କୁ ବି ଜିଲ୍ଲାପାଳଙ୍କ ନିର୍ଦେଶ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନର ଏଭଳି ସହାୟତା ପାଇ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ପରିବାରବର୍ଗ l

Spread the love