ପାରିବା ପଣିଆ ଦେଖାଇଲା ବ୍ରହ୍ମପୁର ପୁଲିସ, ଚୋରି ମୋବାଇଲ ଓ ଗାଡି ଫେରିପାଇଲେ ଲୋକେ, ସାଧାରଣରେ ପୁଲିସକୁ ପ୍ରଶଂସା

ବ୍ରହ୍ମପୁର ( ପ୍ରତିଫଳନ ମିଡ଼ିଆ )

ପାରିବା ପଣିଆ ଦେଖାଇଲା ବ୍ରହ୍ମପୁର ପୁଲିସ । ସାଧାରଣରେ ଏବେ ବ୍ରହ୍ମପୁର ପୁଲିସକୁ ପ୍ରଶଂସା। ଗୋଟିଏ ଦିନରେ ତିନି ତିନୋଟି ସଫଳ ପଦକ୍ଷେପ l କେଉଁଠି ହଜିଥିବା ମୋବାଇଲ ଫୋନ ତ ଆଉ କେଉଁଠି ହଜିଥିବା ମୋଟରସାଇକେଲକୁ ଖୋଜି ଆଣିଛି ପୁଲିସ l ଏସବୁକୁ ଉଦ୍ଧାର କରି ପ୍ରକୃତ ମାଲିକଙ୍କୁ ପ୍ରଦାନ କରିଛି ପୁଲିସ l

ହଜିଯାଇଥିବା ଓ ଚୋରି ହୋଇଥିବା ୧୨୧ଟି ମୋବାଇଲ୍ ଫୋନ୍ ଚିହ୍ନଟ କରିଛି ପୋଲିସ । ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ପୋଲିସ ଦ୍ୱାରା ୧୦୨ଟି ମୋବାଇଲକୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛି ପୁଲିସ l ବଡ଼ବଜାର ପୋଲିସ ଥାନାରେ ଆୟୋଜିତ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ, ସାଇବର ପୋଲିସ ଉଦ୍ଧାର ହୋଇଥିବା ୧୦୨ ଜଣ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛି। ବ୍ରହ୍ମପୁର ପୋଲିସ ଅଧୀକ୍ଷକ, ଅତିରିକ୍ତ ପୋଲିସ ଅଧୀକ୍ଷକ ଏବଂ ଉପ-ସୁପରିଣ୍ଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ଫୋନଗୁଡ଼ିକ ପୁନରୁଦ୍ଧାର କରାଯାଇ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରା ଯାଇଥିଲା।

ସେହିଭଳି ମୋଟରସାଇକେଲ ହରେଇଥିବା ପ୍ରକୃତ ମାଲିକଙ୍କୁ ପ୍ରଦାନ କରାଯାଇଛି ନିଜ ନିଜ ଗାଡି । ବଡ଼ବଜାର ପୋଲିସ ପକ୍ଷରୁ ୧୯ଟି ଚୋରି ଗାଡ଼ି ଉଦ୍ଧାର କରାଯାଇଛି । ୧୭ଟି ମୋଟରସାଇକେଲ ଏବଂ ସ୍କୁଟର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି । ଉଦ୍ଧାର ହୋଇଥିବା ଗାଡିଗୁଡ଼ିକୁ ବଡ଼ବଜାର ପୋଲିସ ଥାନାରେ ବ୍ରହ୍ମପୁର ପୋଲିସ ଅଧୀକ୍ଷକ, ଅତିରିକ୍ତ ପୋଲିସ ଅଧୀକ୍ଷକ ଏବଂ ଉପ ପୋଲିସ ଅଧୀକ୍ଷକଙ୍କ ଉପସ୍ଥିତିରେ ଫେରାଇ ଦିଆଯାଇଥିଲା । ବଡ଼ବଜାର ପୋଲିସ ଦୁଇଟି ପଞ୍ଜିକୃତ ମାମଲା ସହିତ ଜଡିତ ୧୯ଟି ଚୋରି ଗାଡି ଉଦ୍ଧାର କରିଛି । ପୂର୍ବରୁ ଏହି ମାମଲା ସହିତ ଜଡିତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଏବଂ ୨ ଜଣ ନାବାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ କରିଥିଲା ।

ସେପଟେ ସ୍କୁଲରୁ ଚୋରି ହୋଇଥିବା ସାମଗ୍ରୀକୁ ମଧ୍ୟ ପୁଲିସ ଉଦ୍ଧାର କରିବା ସହ ତିନିଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୁଲିସ l ବୀରପଦ୍ମନାଭପୁର ସ୍କୁଲ ଚୋରି ମାମଲାରେ ତିନି ଜଣ ପିଲାଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ l ୧୭.୦୯.୨୦୨୬ ରାତିରେ ସ୍କୁଲର ପ୍ରଧାନଶିକ୍ଷକ ଜଟିଆ ମଲ୍ଲିକ ଦିଗପହଣ୍ଡି ଥାନାରେ ଚୋରି ନେଇ ଅଭିଯୋଗ କରିଲେ l ୧୬.୦୯.୨୦୨୬ ରାତିରେ ଦୁର୍ବୃତ୍ତମାନେ ସ୍କୁଲ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ (ପ୍ରତ୍ୟେକ ୫୦ କିଲୋଗ୍ରାମ) ଏବଂ ୧୦,୦୦୦ ଟଙ୍କା ମୂଲ୍ୟର ଖେଳଣା ଚୋରି କରିଥିବା ନେଇ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ତିନିଜଣଙ୍କୁ ଗିରଫ କରିଛି l ଗୋଟିଏ ଡାଲା ଅଟୋ, 8 ପ୍ୟାକେଟ ଚାଉଳ (ପ୍ରତ୍ୟେକ 50 କିଲୋଗ୍ରାମ, ମୋଟ 400 କିଲୋଗ୍ରାମ)ଏବଂ ବିଭିନ୍ନ ସ୍କୁଲ ଖେଳଣାକୁ ଉଦ୍ଧାର କରିଛି ପୁଲିସl
ଘଟଣାର ଅଧିକ ତଦନ୍ତ କରୁଛି ପୁଲିସ । ବ୍ରହ୍ମପୁର ପୋଲିସର ତ୍ୱରିତ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି।

Spread the love