ବ୍ରହ୍ମପୁର ( ପ୍ରତିଫଳନ ମିଡ଼ିଆ )
ବରିଷ୍ଠ ସମାଜସେବୀ, ଧର୍ମପରାୟଣା ଏବଂ ବରିଷ୍ଠ ଓ ସମ୍ମାନିତ ବ୍ୟକ୍ତିତ୍ଵ ଜୟନ୍ତୀ ମାଳା ସାହୁ ପରଲୋକ ଗମନ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା | ତାଙ୍କ ବିୟୋଗରେ ବ୍ରହ୍ମପୁର ସହରର ସାମାଜିକ ଜୀବନରେ ଗଭୀର ଶୂନ୍ୟତା ସୃଷ୍ଟି ହୋଇଛି।
ଆନନ୍ଦ ସରଣୀ, ନୂଆ ବସଷ୍ଟାଣ୍ଡ, ବ୍ରହ୍ମପୁର ବାସିନ୍ଦା ବାଳକୃଷ୍ଣ ସାହୁଙ୍କ ପତ୍ନୀ, ସ୍ଵର୍ଗତା ଜୟନ୍ତୀମାଳା ସାହୁଙ୍କ ପରଲୋକ ଘଟିଛି। ରାୟଗଡା ସହର ବ୍ରାହ୍ମଣ ସାହି ନିବାସୀ ତଥା ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲର ଶିକ୍ଷକ ସ୍ବର୍ଗତ ମଦନ ମୋହନ ସାହୁଙ୍କ ସେ ପୁତ୍ର ବଧୂ ,ଏବଂ ପୂର୍ବତନ ରାୟଗଡା ଉପଜିଲ୍ଲାପାଳ ଦିଗବିଜୟ ନାଥ ପାଢ଼ୀଙ୍କ ସେ ଥିଲେ ଶାଶୁ ସେ ସଦାସର୍ବଦା ନିର୍ମଳ ମନ, ସହାୟତାପରାୟଣତା ଓ ନିଷ୍କାମ ସେବାଭାବ ପାଇଁ ପରିଚିତ ଥିଲେ। ସମାଜର ଦୁଃଖୀ ଓ ଦରିଦ୍ରଙ୍କ ସେବାରେ ତାଙ୍କର ଜୀବନ ଉତ୍ସର୍ଗିତ ଥିଲା ।
ସେ ବରିଷ୍ଠ ସରକାରୀ ଆଇନଜୀବୀ ବଳଭଦ୍ର ସାହୁଙ୍କ ସ୍ନେହମୟୀ ମାତା ଥିଲେ ଏବଂ ଶ୍ରୀମତୀ ଜ୍ୟୋତି, ଜ୍ୟୋତ୍ସ୍ନା ଓ ମହାଲକ୍ଷ୍ମୀଙ୍କ ସ୍ନେହମୟ ଜନନୀ ଥିଲେ। ସେ ସ୍ଵର୍ଗତ ନୃସିଂହ ସାହୁ (ପୂର୍ବତନ ଡିଜି, ଆୟକର ବିଭାଗ) ଓ ଗୋପୀନାଥ ସାହୁଙ୍କ ଭଉଣୀ ଥିଲେ।
ତାଙ୍କର ଅନ୍ତେଷ୍ଟି କ୍ରିୟା ପୁତ୍ର ଜଗନ୍ନାଥ ପ୍ରସାଦ ସାହୁଙ୍କ ଦ୍ବାରା ସମ୍ପନ୍ନ ହୋଇଛି । ଏହି ଅବସରରେ ତାଙ୍କର ପୁତ୍ରୀମାନେ, ଜାମାତାମାନେ, ନାତିନାତୁଣୀ, ନାତିବଧୂ ଶ୍ରୀମତୀ ଅଲିଭା, ପୁତୁରା ଉଜ୍ଜଳେଶ୍ବର ଦାଶ, ନିକଟ ସମ୍ପର୍କୀୟ ଧନଞ୍ଜୟ ଓ ବିନୋଦ ମଧ୍ୟ ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୁରୀରେ ସ୍ବର୍ଗଦ୍ବାରରେ ତାଙ୍କର ଶେଷ ସଂସ୍କାର ସମ୍ପନ୍ନ ହୋଇଛି।

