ରାୟଗଡା ( ପ୍ରତିଫଳନ ମିଡ଼ିଆ )
ଜିଲ୍ଲା ସାରା ଭୟଙ୍କର ଘୂର୍ଣ୍ଣିଝଡ଼ ପୂର୍ବାନୁମାନ ଯୋଗୁଁ ରାୟଗଡ଼ାର ସମସ୍ତ ଶିକ୍ଷାନୁଷ୍ଠାନ ଯଥା S&ME ଏବଂ SSD ବିଭାଗ ଅଧୀନରେ ଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ସମସ୍ତ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ୨୩.୦୯.୨୦୨୬ ଏବଂ ୨୪.୦୯.୨୦୨୬ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ରାୟଗଡା ଜିଲ୍ଲାପାଳ ଘୋଷଣା କରିଛନ୍ତି।
ତେବେ ଛୁଟି ହେଲେ ବି ସ୍କୁଲଗୁଡ଼ିକୁ ବାତ୍ୟା ଆଶ୍ରୟସ୍ଥଳ ଭାବରେ ବ୍ୟବହାର ପାଇଁ ସୁଗମ ରହିବା ଭଳି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନ ଶିକ୍ଷକ / ପ୍ରଧାନ ଶିକ୍ଷୟିତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ଶିକ୍ଷକ କିମ୍ବା ମନୋନୀତ ବ୍ୟକ୍ତିଙ୍କୁ ଶ୍ରେଣୀଗୃହର ଚାବି ହସ୍ତାନ୍ତର କରିବାକୁ କୁହାଯାଇଛି । ଜରୁରୀ ସମୟରେ ସମସ୍ତ ପ୍ରଧାନ ଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ଏବଂ ଶିକ୍ଷକମାନେ ଉପଲବ୍ଧ ରହିବା ଉଚିତ ଏବଂ ସେମାନଙ୍କର ମୋବାଇଲ୍ ଫୋନ୍ ଚାଲୁ ରଖିବା ଉଚିତ । ଜରୁରୀକାଳୀନ କଲ୍ ଏବଂ ନ୍ୟସ୍ତ କାର୍ଯ୍ୟଗୁଡ଼ିକର ତ୍ୱରିତ ପଦକ୍ଷେପ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

