ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ,ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ କଲେ ପତ୍ତାକା ଉତ୍ତୋଳନ

ନବରଙ୍ଗପୁର, ପ୍ରତିଫଳନ ମିଡ଼ିଆ -ନବରଙ୍ଗପୁର ଜିଲ୍ଲା ସଦରମହକୁମା ଠାରେ ୮୦ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ରେ ପାଳିତ ହୋଇଯାଇଛି। ଓଡ଼ିଶାର ମାନ୍ୟବର ମନ୍ତ୍ରୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଡଃ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ନବରଙ୍ଗପୁର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଡବଲ ଇଂଜିନ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ।

ଭାରତର ସ୍ୱାଧୀନତା ଆନ୍ଦୋଳନରେ ନବରଙ୍ଗପୁର ଜିଲ୍ଲାର ମହାନ ଅବଦାନ ରହିଛି। ତୁରୀ ନଦୀ ସହିଦ ମିନାର ଭାରତ ଛୋଡ ଆନ୍ଦୋଳନରେ କଥା ଓଡ଼ିଆ ଗାଥା ଏବେ ବି କହୁଛି। ବିକଶିତ ଭାରତ ଓ ବିକଶିତ ଓଡିଶା ଗଠନ ପାଇଁ ସ୍ୱାଧୀନତାର ସ୍ବପ୍ନକୁ ବାସ୍ତବ ରୂପାୟନ କରୁଛନ୍ତି କେନ୍ଦ୍ର ସରକାର ଓ ଓଡିଶା ସରକାର.ସ୍ଵାସ୍ଥ୍ୟ, ଶିକ୍ଷା, ଗମନା ଗମନ, ମହିଳା ସଶକ୍ତିକରଣ, ଯୁବକ ଯୁବତୀ ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଦକ୍ଷତା ବିକାଶ କୌଶଳ ପ୍ରଦାନ, ଚାଷୀଙ୍କୁ ଇନପୁଟ ସହାୟତା ପ୍ରଦାନ କ୍ଷେତ୍ରରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଓ ରାଜ୍ୟରେ ମୋହନ ମାଝିଙ୍କ ସରକାର ଲୋକଙ୍କ ହିତ ଓ ଅଞ୍ଚଳର ବିକାଶ ପାଇଁ ନିରବିଛିନ୍ନଭାବେ କାମ କରୁଛନ୍ତି ବୋଲି ମନ୍ତ୍ରୀ ମହାଲିଙ୍ଗ ଉଦବୋଧନରେ କହିଥିଲେ। ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ମାନ୍ୟବର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ନବରଙ୍ଗପୁର ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ, ଏସପି ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Spread the love