କୋରାପୁଟରେ ସାଇବର ଅପରାଧ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କଲା ସାଇବର ପୋଲିସ

କୋରାପୁଟ ଜିଲ୍ଲା ସାଇବର ପୋଲିସ ଥାନା ପକ୍ଷରୁ ଆଜି ବିଜ୍ଞାନ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା ନେଇ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ରାଜ୍ୟ ପୋଲିସ ସିଆଇଡି ଓ ସାଇବର ଆଇଜିଙ୍କ ସମେତ ଅନ୍ୟ ଅଧିକାରୀମାନେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ କରିଥିଲେ। ବିଭିନ୍ନ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ସାଇବର ଠକେଇର ପ୍ରକାର ଓ ଏଥିରୁ କିପରି ସୁରକ୍ଷିତ ରହିବେ, ସେନେଇ ଆବଶ୍ୟକ ସୂଚନା ଦିଆଯାଇଥିଲା।

ଏହାସହ କୋରାପୁଟ ସାଇବର ଥାନା ଇନ୍ସପେକ୍ଟର ଫକୀର ମୋହନଙ୍କ ନେତୃତ୍ୱରେ ସାଇବର ଥାନାର ଟିମ୍ ବିଜ୍ଞାନ ମହାବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧର ବିଭିନ୍ନ ଦିଗ ସମ୍ପର୍କରେ ସଚେତନ କରିଥିଲେ।

ସାରା ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲା ସଦର ମହକୁମାର ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ, ସଚିବ, ଅଧ୍ୟାପକ-ଅଧ୍ୟାପିକା ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସାଇବର ସୁରକ୍ଷା ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ।

ସଚେତନତା ହିଁ ସାଇବର ଠକେଇରୁ ସୁରକ୍ଷାର ପ୍ରଥମ ପଦକ୍ଷେପ—ଏହି ବାର୍ତ୍ତା ସହ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା।

Spread the love