ରାୟଗଡାରେ ୧୫ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି,୪ଜଣ ଟିଜିଟି କଳା,୪ଜଣ ସଂସ୍କୃତ, ୭ଜଣ ହିନ୍ଦୀ ଶିକ୍ଷକଙ୍କୁ ନିଯୁକ୍ତି,ଜଣେ ଦୃଷ୍ଟିବାଧିତ ଶିକ୍ଷକଙ୍କୁ ନିଯୁକ୍ତି

ରାୟଗଡ଼ (ପ୍ରତିଫଳନ ମିଡ଼ିଆ ): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ରାୟଗଡ଼ ଜିଲ୍ଲାର ଆବାସିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଟିଜିଟି କଳା,ସଂସ୍କୃତ ଓ ହିନ୍ଦୀ ଶିକ୍ଷକ ପଦବୀ ପୂରଣ ହୋଇଛି।ରାୟଗଡା ଜିଲ୍ଲାକୁ ୧୫ଜଣ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଛି। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ନବନିଯୁକ୍ତ ଶିକ୍ଷକମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।

ଏହି ନିଯୁକ୍ତିର ବିଶେଷତ୍ୱ ରହିଛି। ଜିଲ୍ଲାରେ ପ୍ରଥମଥର ପାଇଁ ଜଣେ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଶିକ୍ଷକ ସେକ ତାରିଫ ସ୍ଥାୟୀ ସରକାରୀ ନିଯୁକ୍ତି ପାଇଛନ୍ତି। ଯୋଗ୍ୟତା, ଜ୍ଞାନ ଓ ଦକ୍ଷତା ଆଧାରରେ ତାଙ୍କ ନିଯୁକ୍ତି ଦିବ୍ୟାଙ୍ଗଙ୍କ ପାଇଁ ସମାନ ସୁଯୋଗ ଓ ସଶକ୍ତିକରଣର ଏକ ସକାରାତ୍ମକ ବାର୍ତ୍ତା ଦେଇଛି ବୋଲି ଜିଲ୍ଲପାଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ସୂଚନା ଦେଇଛନ୍ତି ।

ନବନିଯୁକ୍ତ ଶିକ୍ଷକମାନଙ୍କ ମଧ୍ୟରେ ୪ଜଣ ଟିଜିଟି କଳା, ୪ଜଣ ସଂସ୍କୃତ ଶିକ୍ଷକ, ୭ ଜଣ ହିନ୍ଦୀ ଶିକ୍ଷକ ଅଛନ୍ତି। ୧୫ ଦିନ ମଧ୍ୟରେ ନିଜ ନିଜ ନିଯୁକ୍ତି ସ୍ଥଳରେ ଯୋଗଦେବାକୁ ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ନୂତନ ଶିକ୍ଷକଙ୍କ ଯୋଗଦାନ ପରେ ଆବାସିକ ବିଦ୍ୟାଳୟଗୁଡ଼ିକର ଶିକ୍ଷାଦାନ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ (DWO) ଅସୀମା ରାଓ ଆଶା ପ୍ରକାଶ କରିଛନ୍ତି।

Spread the love