Oplus_16908288
Oplus_16908288
୪୦ କୋଟି ଟଙ୍କା ଆର୍ଥିକ ହେରଫର କରିଥିବା ଅଭିଯୋଗ।ରାୟଗଡ଼ା ଟ୍ରକ୍ ମାଲିକ ସଂଘର ଅର୍ଥ ହେରଫେର ଅଭିଯୋଗରେ ତଦନ୍ତ ଜୋରଦାର।
ପ୍ରତିଫଳନ ମିଡ଼ିଆ
ଏନ ଭାସ୍କର ରାଓ ଙ୍କ ବଢୁଛି ଅଡୁଆ।ରାୟଗଡ଼ା ଟ୍ରକ୍ ମାଲିକ ସଂଘର ପ୍ରାୟ ୪୦ କୋଟି ଟଙ୍କା ଆର୍ଥିକ ହେର ଫେର ଅଭିଯୋଗକୁ ନେଇ ତଦନ୍ତ ପରିସରକୁ ଆସିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ। ଶୁକ୍ରବାର ଅର୍ଥନୈତିକ ଅପରାଧ ଶାଖା (EOW)ର ଏକ ତଦନ୍ତକାରୀ ଦଳ ରାୟଗଡ଼ାରେ ପହଞ୍ଚି ସହରର ରାଣୀଗୁଡ଼ା ଫାର୍ମସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ କରି ଯାଞ୍ଚ ଆରମ୍ଭ କରିଛନ୍ତି।

ଯାଞ୍ଚ ସମୟରେ ଏନ୍. ଭାସ୍କର ରାଓ ଅନୁପସ୍ଥିତ ଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଏନ୍. ଭାସ୍କର ରାଓ ରାୟଗଡ଼ା ଟ୍ରକ୍ ମାଲିକ ସଂଘର ସଭାପତି ଥିବା ସମୟରେ ସଂଘର ପ୍ରାୟ ୪୦ କୋଟି ଟଙ୍କା ଆର୍ଥିକ ଅନିୟମିତତା କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମର୍ମରେ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଏତଲା ଦିଆଯାଇଥିଲା।
ଏହି ଅଭିଯୋଗର ତଦନ୍ତ ପାଇଁ EOWର ଟିମ୍ ରାୟଗଡ଼ା ଆସି ତାଙ୍କ ବାସଭବନରେ ଯାଞ୍ଚ କରୁଥିବା ଜଣାପଡ଼ିଛି। ଏହି ଚଢ଼ାଉ ଓ ତଦନ୍ତକୁ ନେଇ ରାୟଗଡ଼ା ଜିଲ୍ଲାର ରାଜନୈତିକ ଓ ସାଧାରଣ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
